ପିଲା ଠିକ ସମୟରେ ଆଶାଜନକ ଆଚରଣ କଲେ ତା'ର ବିକାଶ ଠିକ ହେଉଛି ବୋଲି ଆମେ ଜାଣିପାରିବା l ସାଧାରଣ ଭାବେ ପିଲାଙ୍କ ହସିବା, କାନ୍ଦିବା, ବସିବା, ଗୁରୁଣ୍ଡିବା ଠାରୁ ନେଇ ଦୌଡ଼ିବା ଯାଏଁ ସେମାନଙ୍କ ବିକାଶର ଗୋଟିଏ ଗୋଟିଏ ସୋପାନ l ଏସବୁକୁ ମା' ଓ ପରିବାରର ଅନ୍ୟମାନେ ନିରୀକ୍ଷଣ କରି କେଉଁଠି କିଛି ଅସୁବିଧା ଥିଲେ ବେଳ ଥାଉ ଥାଉ ତାହା ସୁଧାରି ପାରିବେ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l