ଆମ ପଡ଼ୋଶୀ ରାଷ୍ଟ୍ର ଚୀନ ସମ୍ପର୍କରେ ଆମେ ଅନେକ କଥା ଶୁଣୁ l ସେଠି ଲୋକେ କାହିଁକି ବେଶୀ ପରିଶ୍ରମୀ, ସେମାନେ କ'ଣ ସବୁ ଖାଇବାକୁ ଭଲ ପା'ନ୍ତି, ଶିଳ୍ପ ବାଣିଜ୍ୟରେ କାହିଁକି ଆଗୁଆ ଓ ଉତ୍ପାଦନ ମୂଲ୍ୟ କାହିଁକି କମ- ସେସବୁ ବିଷୟରେ ଅନେକ କଥା କହିଛନ୍ତି ବରିଷ୍ଠ ସାମ୍ବାଦିକ ଶୈବାଳ ଦାଶଗୁପ୍ତା, ଯିଏକି ଦୀର୍ଘ 14 ବର୍ଷ କାଳ ବେଇଜିଂରେ ଟାଇମ୍ସ ଅଫ ଇଣ୍ଡିଆର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ଓ ଚୀନରେ ବ୍ୟବସାୟକୁ ନେଇ ପୁସ୍ତକ ମଧ୍ୟ ଲେଖିଛନ୍ତି l