ଖୁଆଇ ପିଆଇ ପିଲାଙ୍କୁ ଗୋଲଗାଲ କରି ମୋଟା ବନେଇବାରେ ଆଦୌ ମାତନ୍ତୁ ନାହିଁ l ପିଲା ଅଧିକ ମୋଟା ହେଲେ ଵା ଓଜନ ବଢ଼ିଲେ ଭବିଷ୍ୟତରେ ତାହା ବିପଦର କାରଣ ହୋଇଥାଏ l ମାତ୍ରାଧିକ ଘିଅ, ତେଲ ଆଦି ମଧ୍ୟ ଦୂରେଇବା ଉଚିତ l ପିଲାଙ୍କ ମୋଟାପଣ ଵା ମେଦ ବହୁଳତା କମାଇବା ପାଇଁ ମା'ମାନେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ l ଏ ସମ୍ପର୍କରେ କହିଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l