ଠିକଣା ସମୟରେ ଠିକଣା ଖାଦ୍ୟ ନଦେବା ଅବା ଅତି ଗେଲବସରରେ ପିଲାଙ୍କୁ ଏଣୁତେଣୁ ଅତ୍ୟଧିକ ଖାଦ୍ୟ ଦେବା, ଏଇ ଦୁଇଟିଯାକ କଥା ପିଲାଙ୍କ ପାଇଁ ଶୁଭଙ୍କର ନୁହେଁ l ସେମାନେ ଅଯଥା ବିଭିନ୍ନ ରୋଗର ଶିକାର ହୁଅନ୍ତି ଓ ବେଳେବେଳେ ନେଡ଼ି ଗୁଡ଼ କହୁଣୀକୁ ବୋହିଯାଏ l ଏହି ପରିପ୍ରେକ୍ଷୀରେ ପିଲାଙ୍କ ଓଜନ, ଖାଦ୍ୟ ଓ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l